ଲକ୍ଷ ଓ ଉଦ୍ଦେଶ୍ୟ: ସଦ୍ଭାବ, ସେବା, ସତସଙ୍ଗ ତଥା ପ୍ରାଚିନ୍ନ ଧର୍ମପୀଠ, ଐତିହ, ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର |
ସଦ୍ଭାବ: ସଙ୍ଘଶକ୍ତି ତଥା ଭାରତୀୟତା ପ୍ରତି ଦୃଢ ଆସ୍ଥା ଏବଂ ସମାଜକୁ ଏକ ଭାଇଚାରାର ନିଦର୍ଶନ | ସେବା: ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ସାମାଜିକ ସେବା କାର୍ଯ୍ୟକ୍ରମ | ଯଥା- ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ସେବା କରିବା ସହ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା ଅନ୍ତର୍ଗତ ପ୍ରାଚିନ୍ନ ଧର୍ମପୀଠ ଗୁଡିକର ପାରମ୍ପରିକ ଉତ୍ସବ ମାନଙ୍କରେ କରସେବା ପ୍ରଦାନ କରିବା | ବୃକ୍ଷ ରୋପଣ ତଥା ଗୋମାତା ଏବଂ ପ୍ରାଣୀ ଜଗତର ସେବା | ସତସଙ୍ଗ: ସନାତନ ଧର୍ମ ସମ୍ବନ୍ଧୀୟ ଚର୍ଚ୍ଚା ଓ ଆଲୋଚନା ଚକ୍ରର ଆୟୋଜନ ସହିତ ପ୍ରଚାର କରୁଥିବା ବ୍ୟକ୍ତି ବିଶେଷ, ଐତିହ ଗବେଷକ ତଥା ଅନୁଷ୍ଠାନମାନଙ୍କୁ ପ୍ରୋତ୍ସାହିତ କରିବା | ଭଜନ କୀର୍ତ୍ତନ ଦ୍ୱାରା ସମାଜରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହିତ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କରିବା | ଗୃହକୁ ଏକ ଗୁରୁକୁଳ ଭାବେ ଗଢିତୋଳିବା ପାଇଁ ପ୍ରୟାସ ଜାରି ରଖିବା | ପ୍ରାଚିନ୍ନ ଧର୍ମପୀଠ, ଐତିହ, ସଂସ୍କୃତି, ଓ ପ୍ରକୃତିର ସୁରକ୍ଷା: ଓଡିଶା ର ବିଭିନ୍ନ ଜିଲ୍ଲା ଅନ୍ତର୍ଗତ ପ୍ରାଚିନ୍ନ ଧର୍ମପୀଠ, ଐତିହ ଓ ସଂସ୍କୃତିର ଗବେଷଣା, ସୁରକ୍ଷା ଏବଂ ପ୍ରଚାର ପ୍ରସାର ତଥା ମହାନ ବରପୁତ୍ରମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ ତାଙ୍କର ରାଷ୍ଟ୍ର ପ୍ରତି ଅନନ୍ୟ ଅବଦାନ ତଥା ଆତ୍ମଜୀବନୀକୁ ସମାଜରେ ଲୋକାଭିମୁଖ କରାଇବା | ପ୍ରକୃତିର ସୁରକ୍ଷା: ପଞ୍ଚମହାଭୁତ ତଥା; ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ପ୍ରତି ଆସ୍ଥା ସ୍ଥାପନ ଓ ଏହାର ସୁରକ୍ଷା ନିମନ୍ତେ ସଚେତନତାର ବାର୍ତ୍ତା ପ୍ରଦାନ କରିବା |
![](https://apanankasebare.org/wp-content/uploads/2023/06/feature-v1-1.png)
ସାହାଯ୍ୟ ପ୍ରାପ୍ତ କରନ୍ତୁ
ଯଦି ଆପଣ ଆମ ଦ୍ୱାରା ଅନୁପ୍ରାଣିତ ହୁଅନ୍ତି ଦୟାକରି ଜଗତକୁ ପରିବର୍ତ୍ତନ କରିବାକୁ ଦାନ କରନ୍ତୁ |
![](https://apanankasebare.org/wp-content/uploads/2023/06/feature-v1-2.png)
ଆମକୁ ଦାନ ପଠାନ୍ତୁ
ଏହି ମହାମାରୀରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଦୟାକରି ଆମକୁ ଏକ ସ୍ୱେଚ୍ଛାସେବୀ ଭାବରେ ଯୋଗ ଦିଅନ୍ତୁ .
![](https://apanankasebare.org/wp-content/uploads/2023/06/feature-v1-3.png)
ଏକ ସ୍ୱେଚ୍ଛାସେବୀ ହୁଅନ୍ତୁ
ଏକ ଦାନ ଇଭେଣ୍ଟ ସୃଷ୍ଟି କରିବା ଆମକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସାହାଯ୍ୟ କରିଥାଏ .
ମିଶନ
![](https://apanankasebare.org/wp-content/uploads/2023/06/businessman-step-forward-target-be-success_68971-153.webp)