Skip to main content

ସେବା ଓ ସଦ୍ଭାବ ମାଧ୍ୟମରେ ଏକ ପ୍ରଗତିଶୀଳ ସୁସ୍ଥ ସମାଜ ଗଠନର ଅଭିଯାନ

Category

Activity

ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ପ୍ରକାର ସେବା ପ୍ରଦାନ

By ActivityNo Comments

  ଜୟ ଜଗନ୍ନାଥ 🙏

ଆସନ୍ତା ରଥ ଯାତ୍ରା ଉପଲକ୍ଷେ ଆମ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ସେବା ପ୍ରଦାନ କରାଯିବ l ଯେଉଁ ସଦସ୍ୟ ମାନେ ସେବା ପ୍ରଦାନ କରିବା ପାଇଁ ଇଛୁକ ସେମାନେ ନିଜର ସମ୍ମତି ପ୍ରକାଶ କରନ୍ତୁ l
୧. ଅନ୍ନ ପ୍ରସାଦ ବଣ୍ଟନ ସେବା
୨. ହସପିଟାଲ ପରିସର ମଧ୍ୟରେ ସାମୟିକ ସେବା
୩. ଷ୍ଟ୍ରେଚର ସେବା
୪. ଜଳ ରଥ ରେ ଜଳ ସେବା
୫. ବଡ଼ଦାଣ୍ଡ ସଫେଇ ସେବା
୬. ଆମ୍ବୁଲାନ୍ସ ସେବା ସେବା
୭. ଜଳ ବଣ୍ଟନ ସେବା
୮. ତ୍ୱରିତ ସେବା ପ୍ରଦାନ ଟିମ୍
୯. ବିଞ୍ଚନା ସେବା ପ୍ରଦାନ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ଶ୍ରାଦ୍ଧ ଦିବସ

By ActivityNo Comments

ତା 18.6.23ରିଖ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଶ୍ରୀ ଗୋପବନ୍ଧୁ ଦାସ ଙ୍କ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ  ଅନୁଷ୍ଠାନ ତରଫରୁ ଶ୍ରୀକ୍ଷେତ୍ର ର ଅନ୍ୟତମ ତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀ ରେ ପ୍ରଭାତ ସମୟରେ ସ୍ତୋତ୍ରୀୟ ବ୍ରlହ୍ମଣ ମାନଙ୍କ ଦ୍ୱାରା ତିଳ ତର୍ପଣ ପ୍ରଦାନ କରାଯାଇଥିଲାl ତତ୍ପରେ ସିଂହଦ୍ୱାର ସମ୍ମୁଖ ଭାଗରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା
ମୁଖ୍ୟ ଅତିଥି ଭାବେ ପଣ୍ଡିତ ଉମାବଲ୍ଲଭ ରଥ ଓ ସର୍ବୋଦୟ ମେଳା ର ଅନ୍ୟତମ ପୁରୋଧା ଶିବପ୍ରସାଦ ମିଶ୍ର ମହୋଦୟ ତଥା ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର, ରାଜ୍ୟ ସଚିବ ଚିତ୍ତରଞ୍ଜନ ବିଶ୍ୱାଳ ଓ ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ମନୋଜ ରଥ ଓ ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ମାନେ ଯୋଗଦାନ କରି ତାର ସଫଳ ରୂପାୟନ କରିଥିଲେ l

ରେଳ ଦୁର୍ଘଟଣାଲାଗି ସମୂହ ପ୍ରଦୀପ ପ୍ରଜ୍ବଳନ

By ActivityNo Comments

ବାଲେଶ୍ବର ରେ ଟ୍ରେନ୍ ଦୃଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି ପାଇଁ ଏବଂ ଆହତ ମାନଙ୍କ ଶୀଘ୍ର ସୁସ୍ଥ ଲାଭ କାମନା କରି ଆପଣଙ୍କ ସେବାରେ ଅନୁଷ୍ଠାନ ତରଫରୁ ଏକ ସମୂହ ଦ୍ଵୀପ ଦାନ ସିଂହଦ୍ଵାରରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମାର୍ଗଦର୍ଶକ ଶ୍ରୀ ମନୋଜ କୁମାର ରଥ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତ ରଂଜନ ବିଶ୍ବାଳ, ରଜ୍ୟ ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର, ରାଜ୍ୟ ଉପସଭାପତି ଶ୍ରୀ ଶ୍ୟାମ ସୁନ୍ଦର ମହାପାତ୍ର, ପୂଷ୍ପିତା ପଟ୍ଟନାୟକ, ଅନୁପମା କର, ସୁଲେଖ ମିଶ୍ର, ରଞ୍ଜେଶ ସାହୁ, ସୁଦର୍ଶନ ସାହୁ, ଶଶାଙ୍କ ଶେଖର ପ୍ରଧାନ, ସସ୍ମିତା ମିଶ୍ର ଏବଂ ଅନ୍ୟ ମାନେ ଉପସ୍ଥିତ ହୋଇ ଦ୍ଵୀପ ପ୍ରଦାନ୍ କରିଥିଲେ l କର୍ଯ୍ୟକର୍ମ ଟିକୁ, ପୁରୀ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର ପରିଚାଳନା କରିଥିଲେ l

ସ୍ୱଛତା କାର୍ଯ୍ୟକ୍ରମ

By ActivityNo Comments

ଜୟ ଜଗନ୍ନାଥ, ପବିତ୍ର ଶୀତଳ ଷଷ୍ଠୀ ର ଅଵ୍ୟବହିତ ପୂର୍ବରୁ ଅନୁଷ୍ଠାନ ତରଫରୁ ଗୋପୀନାଥପୁର (ଅଠରନଳା) ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱଛତା କାର୍ଯ୍ୟକ୍ରମ ଚଳିତ ମାସ ୨୧ ତାରିଖ ସକାଳେ ଅନୁଷ୍ଠିତ ହୋଇଯାଇଅଛି

ଗୋପବନ୍ଧୁ ଜୟନ୍ତୀ

By ActivityNo Comments

ଗତ ଅକ୍ଟୋବର ମାସ ୯ ତାରିଖ ୨୦୨୧ (ଶନିବାର) ‘ଗୋପବନ୍ଧୁ ଜୟନ୍ତୀ’ ଦିବସରେ ସକାଳ ୮:୦୦ ଘଟିକା ସମୟରେ ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟାପର୍ଣ କରାଯାଇଥିଲା | ଅପରାହ୍ନରେ ଗୋପବନ୍ଧୁ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏବଂ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |

ସ୍ୱାଧୀନତା ଦିବସ

By ActivityNo Comments

ଗତ ଅଗଷ୍ଟ ମାସ ୧୫ ତାରିଖ ୨୦୨୧ (ରବିବାର), ସକାଳ ୭:୩୦ ସମୟରେ, ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା | ତତ୍ସହିତ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ର ଉଦ୍ଘାଟନ ହୋଇଥିଲା | ଏହି ଅବସରରେ ଅନୁଷ୍ଠାନର ସମସ୍ତ ସଦସ୍ୟ / ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ |

ଖାଦ୍ୟ ବଣ୍ଟନ

By ActivityNo Comments

କୋଭିଡ ମହାମାରୀ ଲାଗି ବହୁ ସଂଖ୍ୟାରେ ଲୋକମାନେ ନିଜର ଜୀବିକା ହରାଇ ବସିଛନ୍ତି | ଅଭାବ ଓ ଅନାଟନ ରେ ଦିନ କାଟୁଥିବା ସେମିତି କିଛି ପରିବାର ଲୋକମାନଙ୍କୁ ଅନୁଷ୍ଠାନ ତରଫରୁ ନିୟମିତ ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି |