ଗତ ଅକ୍ଟୋବର ମାସ ୯ ତାରିଖ ୨୦୨୧ (ଶନିବାର) ‘ଗୋପବନ୍ଧୁ ଜୟନ୍ତୀ’ ଦିବସରେ ସକାଳ ୮:୦୦ ଘଟିକା ସମୟରେ ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟାପର୍ଣ କରାଯାଇଥିଲା | ଅପରାହ୍ନରେ ଗୋପବନ୍ଧୁ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏବଂ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |