ତା 18.6.23ରିଖ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଶ୍ରୀ ଗୋପବନ୍ଧୁ ଦାସ ଙ୍କ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଅନୁଷ୍ଠାନ ତରଫରୁ ଶ୍ରୀକ୍ଷେତ୍ର ର ଅନ୍ୟତମ ତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀ ରେ ପ୍ରଭାତ ସମୟରେ ସ୍ତୋତ୍ରୀୟ ବ୍ରlହ୍ମଣ ମାନଙ୍କ ଦ୍ୱାରା ତିଳ ତର୍ପଣ ପ୍ରଦାନ କରାଯାଇଥିଲାl ତତ୍ପରେ ସିଂହଦ୍ୱାର ସମ୍ମୁଖ ଭାଗରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା
ମୁଖ୍ୟ ଅତିଥି ଭାବେ ପଣ୍ଡିତ ଉମାବଲ୍ଲଭ ରଥ ଓ ସର୍ବୋଦୟ ମେଳା ର ଅନ୍ୟତମ ପୁରୋଧା ଶିବପ୍ରସାଦ ମିଶ୍ର ମହୋଦୟ ତଥା ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର, ରାଜ୍ୟ ସଚିବ ଚିତ୍ତରଞ୍ଜନ ବିଶ୍ୱାଳ ଓ ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ମନୋଜ ରଥ ଓ ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ମାନେ ଯୋଗଦାନ କରି ତାର ସଫଳ ରୂପାୟନ କରିଥିଲେ l